Site icon ଆଜିକାଲି

କେଜ୍ରିୱାଲଙ୍କ ବାସଭବନରେ ପୁଣି କ୍ରାଇମବ୍ରାଞ୍ଚ୍ ଟିମ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ବିଧାୟକ ମାନଙ୍କୁ ଦଳବଦଳ ପାଇଁ ବିଜେପି ଟଙ୍କା ଯାଚିଥିବା ନେଇ ଅଭିଯୋଗର ତଦନ୍ତ ଲାଗି ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଣି ନୋଟିସ୍ ଦେଇଛନ୍ତି । ଗତକାଲି ରାତିରେ ମଧ୍ୟ ତାଙ୍କୁ ନୋଟିସ୍ ଜାରି କରିଥିଲା କ୍ରାଇମବ୍ରାଞ୍ଚ୍ । କେଜ୍ରିୱାଲଙ୍କୁ ଏହି ଅଭିଯୋଗର ପ୍ରମାଣ ଦେବାକୁ କହିଛି କ୍ରାଇମବ୍ରାଞ୍ଚ।

କେଜ୍ରିୱାଲ କିଛି ଦିନ ତଳେ ଅଭିଯୋଗ କରିଥିଲେ ଯେ ସାତ ଜଣ ଆପ୍ ବିଧାୟକଙ୍କୁ ଦଳ ଛାଡ଼ିବାକୁ ବିଜେପି ୨୫ କୋଟି ଲେଖାଏଁ ଯାଚିଥିଲା । ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିବା ସହ ଦିଲ୍ଲୀରେ ତାଙ୍କ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଦାବି କରିଥିଲେ କେଜ୍ରିୱାଲ ।

କେଜ୍ରିୱାଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା କହିଛନ୍ତି କେଜ୍ରିୱାଲ ରାଜନୈତିକ ସ୍ତରରେ କେତେ ନିରାଶ ହୋଇଛନ୍ତି ତାଙ୍କରି ଏପରି ବୟାନରୁ ଜଣାପଡ଼ୁଛି। ତାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଏହା ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଏକ ପ୍ରୟାସ ବୋଲି ସେ କହିଛନ୍ତି ।

Exit mobile version