Site icon ଆଜିକାଲି

ପ୍ରକାଶ ପାଇଲା ସିଟିଇଟି ଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ବୁଧବାର କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଫଳାଫଳ ପ୍ରକାଶ କରାଯାଇଛି। ଯେଉଁ ପରିକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ ସେମାନେ ctet.nic.in ଓ୍ବେବସାଇଟକୁ ଯାଇ ନିଜର ଫଳାଫଳ ଦେଖିବା ସହିତ ଡାଉନଲୋଡ କରିପାରିବେ।

ଗତ ୨୪ ତାରିଖରେ ସିଟିଇଟି ପକ୍ଷରୁ ପ୍ରଶ୍ନପତ୍ରର ଆନ୍ସର କି(ଉତ୍ତର) ପ୍ରକାଶ କରାଯାଇଥିଲା। ଏହା ପରେ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ କରିବାକୁ ସମୟ ଦିଆଯାଇଥିଲା। ସୂଚନାଯୋଗ୍ୟ, ଗତ ଜୁଲାଇ ୭ ତାରିଖରେ ଦେଶର ୧୩୬ କେନ୍ଦ୍ରରେ ସିବିଏସଇ ପକ୍ଷରୁ ସିଟିଇଟି ଆୟୋଜନ କରାଯାଇଥିଲା।

Exit mobile version