Site icon ଆଜିକାଲି

ସିଡବ୍ଲୁଜି-୨୦୨୨ : ହକି ଫାଇନାଲରେ ଭାରତୀୟ ପୁରୁଷ ଦଳ

ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁଜି-୨୦୨୨) ହକି ମ୍ୟାଚରେ ଭାରତୀୟ ପୁରୁଷ ଦଳର ଦମଦାର ପ୍ରଦର୍ଶନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ ମୁକାବିଲାରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି । ୩-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି ପୁରୁଷ ଦଳ । କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଦଳ ।

ପ୍ରଥମରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲା ଭାରତ। ପ୍ରଥମ କ୍ବାର୍ଟରରେ କୌଣସି ଗୋଲ ହୋଇପାରିନଥିଲା । ୨୦ ମିନିଟରେ ଭାରତର ଅଭିଷେକ ପ୍ରଥମ ଗୋଲ କରିଥିଲେ । ୨୮ ମିନିଟରେ ଭାରତର ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ମଧ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଗୋଲ ପରିଶୋଧ କରଥିଲା । ୩୩ ମିନିଟରେ ଦଳ ଏକ ଗୋଲ କରିଥିଲା । ଦକ୍ଷିଣ ଆଫ୍ରିକାର ରିୟାନ ଜୁ ଲିୟସ ପେନାଲ୍ଟି କର୍ଣ୍ଣରରୁ ଗୋଲ ସ୍କୋର କରିଥିଲେ । ଏହା ପରେ ୫୮ ମିନିଟରେ ଭାରତର ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ ଦେଇଥିଲେ। ପରବର୍ତ୍ତୀ ମିନିଟରେ ଦକ୍ଷିଣ ଆଫ୍ରିକାର ମୁସ୍ତାଫା ଗୋଲ କରିଥିଲେ ବି ତାହା ଯଥେଷ୍ଟ ନଥିଲା ଫଳରେ ୩-୨ରେ ଭାରତ ମ୍ୟାଚଟିକୁ ଜିତି ଫାଇନାଲରେ ପ୍ରବେଶ କରିଛି । ରୌପ୍ୟ ପଦକ ନିଶ୍ଚିନ୍ତ କରିଛି ଭାରତୀୟ ହକି ଦଳ ।

Exit mobile version