Site icon ଆଜିକାଲି

ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଲା ବାତ୍ୟା ‘ମାଣ୍ଡୋସ୍‌’

ଚେନ୍ନାଇ : ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମାଣ୍ଡୋସ୍‌’। ମାମଲାପୁରମରେ ସ୍ଥଳଭାଗ ଛୁଇଁବା ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ। ବାତ୍ୟା ଲ୍ୟାଣ୍ଡଫଲ୍ ପରେ ଚେନ୍ନାଇ ସମେତ ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ସେହିପରି ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଧିରେ ଧରେ ବାତ୍ୟା ମାଣ୍ଡୋସ ଦୁର୍ବଳ ହେବାର ଲାଗିଛି ବୋଲି ଆକଳନ କରାଯଇଛି। ଅପରପକ୍ଷରେ ବାତ୍ୟା ମାଣ୍ଡୋସରର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳବର୍ତ୍ତି ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟରୁ ଅଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚେନ୍ନାଇର ମେରାଇନ୍ ଡ୍ରାଇଭ୍ ରୋଡ୍‌ରେ ଜୋରରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ତାମିଲନାଡୁ ମାମଲ୍ଲାପୁରମ୍ ନିକଟରେ ବାତ୍ୟା ‘ମାଣ୍ଡୋସ୍‌’ ସ୍ଥଳଭାଗ ଛୁଇଁଥିଲା। ପ୍ରାୟ ୧ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ପରେ ଏହା ଗଭୀର ଅବପାତରେ ପରିଣତ ହୋଇଛି। ଆଗକୁ ଏହା ଆହୁରି ଦୁର୍ବଳ ହେବ।

Exit mobile version