Site icon ଆଜିକାଲି

ସାଇରସ୍ ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ଆଜି

ମୁମ୍ବାଇ : ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଶେଷ ରୀତିନୀତି ମଙ୍ଗଳବାର ସକାଳ ୧୦ଟାରେ ମୁମ୍ବାଇର ୱର୍ଲି ଶ୍ମସାନରେ ଅନୁଷ୍ଠିତ ହେବ । ସୋମବାର ସକାଳେ ମୁମ୍ବାଇର ଜେଜେ ହସ୍ପିଟାଲରେ ସାଇରସ୍ ମିସ୍ତ୍ରୀ ଏବଂ ଜାହାଙ୍ଗିର ପାଣ୍ଡୋଲଙ୍କ ପୋଷ୍ଟମୋର୍ଟମ କରାଯାଇଥିଲା । ପୋଷ୍ଟମୋର୍ଟମର ଭିଡ଼ିଓ ରେକଡ଼ିଂ ମଧ୍ୟ କରାଯାଇଥିଲା । ଏହା ପରେ ଉଭୟ ଶବକୁ ଜେଜେ ହସ୍ପିଟାଲର ମର୍ଗରେ ରଖାଯାଇଛି ।

ବାସ୍ତବରେ ରବିବାର ଦିନ ଗୁଜୁରାଟରୁ ମୁମ୍ବାଇ ଅଭିମୁଖେ ଆସୁଥିବା ବେଳେ ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀ ଏବଂ ଜାହାଙ୍ଗିର ପାଣ୍ଡୋଲଙ୍କର ମୃତ୍ୟୁ ଘଟିଛି । ସାଇରସ୍ ମିସ୍ତ୍ରୀ ବ୍ୟତୀତ ଜାହାଙ୍ଗୀର ପାଣ୍ଡୋଲ, ସ୍ତ୍ରୀ ରାଗ ବିଶେଷଜ୍ଞ ଅନାୟତା ପାଣ୍ଡୋଲ ଏବଂ ତାଙ୍କ ସ୍ୱାମୀ ଡାରିୟସ ପାଣ୍ଡୋଲ କାରରେ ଥିଲେ । ଅନାୟତା କାର ଚଳାଉଥିଲେ ।

Exit mobile version