Site icon ଆଜିକାଲି

ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ : ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁର କାରଣ ଅଙ୍ଗଗୁଡ଼ିକରେ ଗୁରୁତର ଭାବେ ବାହାର ଓ ଭିତରର ଆଘାତ ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ସାଇରସ ମିସ୍ତ୍ରୀ ଓ ତାଙ୍କ ବନ୍ଧୁ ଜାହାଙ୍ଗୀର ପାଣ୍ଡୋଲ୍‌ଙ୍କ ବ୍ୟବଚ୍ଛେଦ ରାଜ୍ୟର ଜେଜେ ହସ୍ପିଟାଲ୍‌ରେ ହୋଇଛି। ସାଇରସ୍‌ ମିସ୍ତ୍ରୀଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟରେ ଗୁରୁତର ଭାବେ ମୁଣ୍ଡରେ ଆଘାତ ଲାଗିବା ଓ ଛାତି, ଜଙ୍ଘ ଏବଂ ବେକ ଆଦି ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ଖୁବ୍ ଜୋର୍‌ରେ ମାଡ଼ ହୋଇଥିବା ଉଲ୍ଲେଖ ଅଛି। ଜେଜେ ହସ୍ପିଟାଲ୍‌ର କର୍ତ୍ତୃପକ୍ଷମାନେ ସୂଚନା ଦେଇ କହିଛନ୍ତି ଯେ ମିସ୍ତ୍ରୀଙ୍କ ନମୁନାକୁ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟୋରିକୁ ପଠାଯିବ। ତାଙ୍କ ଶରୀରରେ କୌଣସି ପ୍ରକାରର ରସାୟନିକ, ମଦ କିମ୍ବା ବିଷ ଅଛି କି ନାହିଁ ପରୀକ୍ଷା କରାଯିବ।

Exit mobile version