Site icon ଆଜିକାଲି

୩ ମାସ ଜେଲରେ ରହିବା ପରେ ଦଲେର ମେହେନ୍ଦିଙ୍କୁ ମିଳିଲା ଜାମିନ

?????????????????????????????????????????????????????????

ନୂଆଦିଲ୍ଲୀ : ମାନବ ଚାଲାଣ ମାମଲାରେ ଜେଲରେ ଥିବା ଗାୟକ ଦଲେର ମେହେନ୍ଦୀଙ୍କୁ ହରିୟାଣା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ପଟିୟାଲା ହାଇକୋର୍ଟ ଦ୍ୱାରା ଶୁଣାଯାଇଥିବା ସଜା ଉପରେ ରୋକ ଲଗାଇ ହରିୟାଣା ଓ ପଞ୍ଜାବ ହାଇକୋର୍ଟ ଦଲେରଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି । ଦଲେର ପାଖାପାଖି ୩ ମାସ ହେବ ଜେଲରେ ସଜା କାଟିଛନ୍ତି ।

ସୂଚନାଯୋଗ୍ୟ, ୧୯ ବର୍ଷ ପୂର୍ବ ମାନବ ଚାଲାଣ ମାମଲାରେ ଦଲେର ମେହେନ୍ଦୀ ଓ ତାଙ୍କ ଭାଇ ଶମଶେର ସିଂହଙ୍କ ବିରୋଧରେ ବକ୍ସିଂ ସିଂହ ନାମକ ବ୍ୟକ୍ତି ପଟିୟାଲା ସଦର ଥାନାରେ ଅଭିଯୋଗ ଦାୟର କରିଥିଲେ । ବକ୍ସୀଙ୍କ ଅଭିଯୋଗ ମୁତାବକ ଦଲେର ଓ ତାଙ୍କ ଭାଇ ନିଜ ମଣ୍ଡଳୀର କିଛି ସଦସ୍ୟଙ୍କୁ ବିଦେଶ ପଠାଇବା ପାଇଁ ମୋଟା ଅଙ୍କର ଟଙ୍କା ନେଇଥିଲେ । ପୁଲିସକୁ ଦଲେରଙ୍କ ବିରୋଧରେ ଏମିତି ୩୫ଟି ଅଭିିଯୋଗ ମିଳିଥିଲା । ୨୦୧୮ରେ ନ୍ୟାୟିକ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଅଦାଲତରେ ୨ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଜା ଶୁଣାଇଥିଲେ । ପରେ ତାଙ୍କୁ ଜାମିନ ମିଳି ଯାଇଥିଲା ।

Exit mobile version