Site icon ଆଜିକାଲି

ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା, ଘରୋଇ ସିରିଜ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଦୁଇ ଦେଶ ବିପକ୍ଷ ସୀମିତ ଓଭର ସିରିଜ୍‌ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଓ ଭେନ୍ୟୁ ଘୋଷଣା କରାଯାଇଛି। ଏହି ସୀମିତ ଓଭର ସିରିଜ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। ଭାରତ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୨୦ରୁ ୨୫ ଯାଏ ଟି-୨୦ ମ୍ୟାଚ ଖେଳିବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୮ ତାରିଖରୁ ସେପ୍ଟେମ୍ବର ୪ ଯାଏ ଟି-୨୦ ସିରିଜ ଓ ଅକ୍ଟୋବର ୬ରୁ ୩ଟିକିଆ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ଅକ୍ଟୋବର ୧୧ରେ ସରିବ। ଦିନିକିଆ ସିରିଜ୍‌ ପରେ ଟିମ ଇଣ୍ଡିଆ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ଯିବ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ :

ପ୍ରଥମ ଟି-୨୦: ସେପ୍ଟେମ୍ବର ୨୦- ମୋହାଲି
ଦ୍ୱିତୀୟ ଟି-୨୦: ସେପ୍ଟେମ୍ବର ୨୩-ନାଗପୁର
ତୃତୀୟ ଟି-୨୦: ସେପ୍ଟେମ୍ବର ୨୫- ହାଇଦ୍ରାବାଦ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ :

ପ୍ରଥମ ଟି-୨୦: ସେପ୍ଟେମ୍ବର ୨୮-ଥିରୁଅନନ୍ତପୁରମ
ଦ୍ୱିତୀୟ ଟି-୨୦: ଅକ୍ଟୋବର ୨- ଗୌହାଟୀ
ତୃତୀୟ ଟି-୨୦: ଅକ୍ଟୋବର ୪- ଇନ୍ଦୋର

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ :

ପ୍ରଥମ ଦିନିକିଆ: ଅକ୍ଟୋବର ୬-ଲକ୍ଷ୍ନୌ
ଦ୍ୱିତୀୟ ଦିନିକିଆ: ଅକ୍ଟୋବର ୯-ରାଞ୍ଚି
ତୃତୀୟ ଦିନିକିଆ: ଅକ୍ଟୋବର ୧୧-ଦିଲ୍ଲୀ

Exit mobile version