Site icon ଆଜିକାଲି

ରାଷ୍ଟ୍ରପତିଙ୍କ ଗସ୍ତର ଦ୍ୱିତୀୟ ଦିନ: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି

ବାରିପଦା : ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆଜ ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବ‌ାସଭବନରେ ସକାଳେ ଜଳଖିଆ ଖାଇ ବାହାରିଥିଲେ। ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।
ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦାଣ୍ଡବୋଷସ୍ଥିତ ସମାଧି ପୀଠକୁ ଯାଇ ତାଙ୍କର ୧୧୯ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି । ପରେ ସେ ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ହେଲିକପ୍ଟର ଯୋଗେ ଯଶିପୁର ଅଭିମୁଖେ ବାହାରିଥିଲେ। ଦିନ ୧୦ଟା ୨୫ ମିନିଟ୍‌ରେ ରାଷ୍ଟ୍ରପତି ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ଏହା ପରେ ସେ ସ୍ବତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ବୁଲିବାକୁ ଯାଇଥିଲେ ।

Exit mobile version