ବାରିପଦା : ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆଜ ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବାସଭବନରେ ସକାଳେ ଜଳଖିଆ ଖାଇ ବାହାରିଥିଲେ। ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।
ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦାଣ୍ଡବୋଷସ୍ଥିତ ସମାଧି ପୀଠକୁ ଯାଇ ତାଙ୍କର ୧୧୯ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି । ପରେ ସେ ଦାଣ୍ଡବୋଷ ହେଲିପ୍ୟାଡ୍ରୁ ହେଲିକପ୍ଟର ଯୋଗେ ଯଶିପୁର ଅଭିମୁଖେ ବାହାରିଥିଲେ। ଦିନ ୧୦ଟା ୨୫ ମିନିଟ୍ରେ ରାଷ୍ଟ୍ରପତି ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଥିଲେ। ଏହା ପରେ ସେ ସ୍ବତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ବୁଲିବାକୁ ଯାଇଥିଲେ ।
May 5, 2023
0 Comment
196 Views
ରାଷ୍ଟ୍ରପତିଙ୍କ ଗସ୍ତର ଦ୍ୱିତୀୟ ଦିନ: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି
by Editor 02
ବାରିପଦା : ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଛନ୍ତି । ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆଜ ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବାସଭବନରେ ସକାଳେ ଜଳଖିଆ ଖାଇ ବାହାରିଥିଲେ। ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦାଣ୍ଡବୋଷସ୍ଥିତ ସମାଧି ପୀଠକୁ ଯାଇ ତାଙ୍କର ୧୧୯ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି... Read More