Site icon ଆଜିକାଲି

ପାନ୍-ଆଧାର ଲିଙ୍କ୍ ସମୟସୀମା ଆଉ ୩ ମାସ ବଢ଼ିଲା

ନୂଆଦିଲ୍ଲୀ: ପାନ୍-ଆଧାର ଲିଙ୍କ୍ ପାଇଁ ସମୟସୀମା ଆଉ ତିନି ମାସ ବଢ଼ିଛି । କେନ୍ଦ୍ର ସରକାର ଆଧାରକୁ ପାନ୍ ସହ ଲିଙ୍କ୍ କରିବା ଶେଷ ତାରିଖ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପ୍ରଥମେ ଏହି ସମୟସୀମା ମାର୍ଚ୍ଚ ୩୧ ଧାର୍ଯ୍ୟ କରାଯାଇଥିଲା । ତେବେ ଲୋକଙ୍କୁ ଆଉ ତିନି ମାସ ସମୟ ଦେଇଛନ୍ତି ସରକାର । ପାନ୍-ଆଧାର ଲିଙ୍କ୍ କରିନଥିଲେ ଆପଣ ଆୟକର ୱେବସାଇଟକୁ ଯାଇ ଅନଲାଇନରେ ଏହା (ପାନ୍-ଆଧାର ଲିଙ୍କ୍) ସହଜରେ କରିପାରିବେ |

ନୂଆ ସମୟସୀମା ଜୁନ୍ ୩୦, ୨୦୨୩ ସୁଦ୍ଧା ପାନ୍-ଆଧାର ଲିଙ୍କ୍ ନକଲେ ଜୁଲାଇ ୧, ୨୦୨୩ରୁ ପାନ୍ ନିଷ୍କ୍ରିୟ ହୋଇଯିବ | ଆର୍ଥିକ ନେଣଦେଣ କରିବାରେ ମଧ୍ୟ ସମସ୍ୟା ହୋଇପାରେ | ଆୟକର ଆଇନ ଧାରା ୧୩୯-ଏ ଅନୁଯାୟୀ, ସମସ୍ତ ଯୋଗ୍ୟ ପାନ୍ ଧାରକମାନଙ୍କ ପାଇଁ ଜୁଲାଇ ୧, ୨୦୧୭ଠାରୁ ପାନ୍-ଆଧାର ଲିଙ୍କ୍ ବାଧ୍ୟତାମୂଳକ କରାଯାଇଛି।

Exit mobile version