Site icon ଆଜିକାଲି

ଫିଲ୍ମ ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ପରଲୋକ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି‌ ଅସୁସ୍ଥ ଥିଲେ । ପ୍ରଦୀପଙ୍କ ବନ୍ଧୁ ନିର୍ଦ୍ଦେଶକ ହଂସଲ ମେହେଟା ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ଭୋର ପ୍ରାୟ ୩:୩୦ରେ ପ୍ରଦୀପ ସରକାର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ସୈଫ ଅଲ୍ଲୀ ଖାନ ଓ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘ପରିଣୀତା’ରୁ ପ୍ରଦୀପ ତାଙ୍କ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ। ଏହାଛଡ଼ା ସେ ‘ଲାଗା ଚୁନରି ମେଁ ଦାଗ୍’, ‘ଲଫଙ୍ଗେ ପରିନ୍ଦେ’, ‘ମର୍ଦ୍ଦାନି’ ଏବଂ ‘ହେଲିକପ୍ଟର ଏଲା’ ଭଳି ଚଳଚ୍ଚିତ୍ରର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

ତାଙ୍କ କାର୍ଯ୍ୟ ପାଇଁ ପ୍ରଦୀପ ସରକାରଙ୍କୁ ଫିଲ୍ମଫେୟାର ଆୱାର୍ଡ ସହ ଅନେକ ପୁରସ୍କାର ମଧ୍ୟ ପାଇଥିଲେ । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Exit mobile version