Site icon ଆଜିକାଲି

ନାମ୍ବିଆ ରାଷ୍ଟ୍ରପତି ହେଜ ଙ୍ଗିଗୋବଙ୍କ ପରଲୋକ

ନୂଆଦିଲ୍ଲୀ : ନାମ୍ବିଆ ରାଷ୍ଟ୍ରପତି ହେଜ ଙ୍ଗିଗୋବଙ୍କ ପରଲୋକ ହୋଇଛି । ୮୨ ବର୍ଷୀୟ ରାଷ୍ଟ୍ରପତି ହେଜଙ୍କ ମୃତ୍ୟୁ ହସପିଟାଲରେ ହୋଇଛି । କିଛିଦିନରୁ ରାଷ୍ଟ୍ରପତି କ୍ୟାନସର ସହିତ ଲଢୁଥିଲେ । ତାଙ୍କ ମୃତ୍ୟୁପରେ ଡ. ନାଙ୍ଗେଲୋ ମବୁମ୍ବାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଯାଇଛି । ଆଫ୍ରିକା ଦେଶରେ ପ୍ରତିବର୍ଷ ଶେଷରେ ରାଷ୍ଟ୍ରପତି ଏବଂ ସଂସଦୀୟ ନିର୍ବାଚନ ହୁଏ ।

ସୋସିଆଲ ମିଡିଆରେ ରାଷ୍ଟ୍ରପତିଙ୍କ ନିଧନ ହୋଇଥିବା କୁହାଯାଇଛି କିନ୍ତୁ ମୃତ୍ୟୁର କାରଣ କୁହାଯାଇନି । ତେବେ ଗତ ମାସରେ ନିୟମିତ ଚିକିତ୍ସା ବେଳେ ତାଙ୍କୁ କ୍ୟାନସର ହୋଇଛି ବୋଲି ଜଣାପଡିଥିଲା । ଏହାପରେ ତାଙ୍କ ଚିକିତ୍ସା ଆମେରିକାରେ ହେଉଥିଲା ।

Exit mobile version