Site icon ଆଜିକାଲି

ସୋସିଆଲ ମିଡିଆରେ ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ଜରିଆରେ ଏହି ଧମକ ଦିଆଯାଇଛି । ଏନେଇ ସମୀର ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ଅଗଷ୍ଟ ୧୪ରେ ତାଙ୍କୁ ଟ୍ୱିଟରରେ ଧମକ ଦିଆଯାଇଥିଲା । ଯେଉଁ ୟୁଜର ହତ୍ୟା ଧମକ ଦେଇଥିଲେ ସେ ସେହିଦିନ ହିଁ ଆକାଉଣ୍ଟ ଖୋଲିଥିଲେ । ହତ୍ୟା ଧମକ ପାଇବା ପରେ ସମୀର ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ । ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଟ୍ୱିଟର ଆକକାଉଣ୍ଟ ଜରିଆରେ ଧମକ ମିଳିଛି । ତୁମେ କଣ କରିଛ ଜାଣିନ । ଏହାର ପରିଣାମ ତୁମକୁ ଭୋଗିବାକୁ ପଡିବ ବୋଲି ଧମକରେ ଉଲ୍ଲେଖ ରହିଥିଲା । ଏହାସହ ଶେଷରେ ତୁମକୁ ଶେଷ କରିଦେବୁ ବୋଲି ଲେଖାଯାଇଥିଲା । ଘଟଣାକୁ ନେଇ ଗୋରେଗାଓଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଯେଉଁ ଆକାଉଣ୍ଟରୁ ଧମକ ମିଳିଛି ସେଥିରେ କେହି ଫଲୋଅର୍ସ ନାହାଁନ୍ତି । ଏହା କେବଳ ଧମକ ଦିଆଯିବା ପାଇଁ ଖୋଲାଯାଇଥିବା ପୋଲିସ କହିଛି ।

Exit mobile version