Site icon ଆଜିକାଲି

ତୁର୍କୀ, ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଲା

ଅଙ୍କାରା : ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଛି । କେବଳ ତୁର୍କୀରେ ହିଁ ୪୪ହଜାର ୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୬,୦୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି । ସେହିପରି ତୁର୍କୀରେ ଭୂକମ୍ପ ଯୋଗୁଁ ୧ଲକ୍ଷ ୬୦ହଜାରରୁ ଅଧିକ ଘର ଭାଙ୍ଗିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି ।

ସୂଚନା ଯେ, ଗତ ଫେବୃଆରୀ ୬ ତାରିଖ ସକାଳେ ତୁର୍କୀ ଏବଂ ସିରିଆରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା।

Exit mobile version