Site icon ଆଜିକାଲି

ଚତୁର୍ଥ ଦିନରେ ଇସ୍ରାଏଲ-ହମାସ୍ ଲଢ଼େଇ, ମୃତ୍ୟୁସଂଖ୍ୟା ୨୧୦୦, ଲକ୍ଷାଧିକ ଲୋକ ବାସହରା

ଜେରୁଜେଲମ୍: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଭୟଙ୍କର ଲଢ଼େଇ ଚତୁର୍ଥ ଦିନରେ ପହଞ୍ଚିଛି । ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଇସ୍ରାଏଲର ପାଲଟା ଆକ୍ରମଣରେ ହାମାସ୍ ନିୟନ୍ତ୍ରଣରେ ଥିବା ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜାରେ ଏପର୍ଯ୍ୟନ୍ତ ୯୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୪,୬୦୦ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୬୦ ଶିଶୁ ଓ ୨୩୦ ମହିଳା ଅଛନ୍ତି। ମଙ୍ଗଳବାର ଇସ୍ରାଏଲ୍ ବିମାନ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ହାମାସର ଆର୍ଥିକ ବ୍ୟାପାର ମୁଖ୍ୟ ଜାଭେଦ୍ ଅବୁ ଶାମଲାଙ୍କ ସହ ଅନ୍ୟ ଜଣେ ବରିଷ୍ଠ ନେତା ତଥା ତିନିଜଣ ସାମ୍ବାଦିକ ଅଛନ୍ତି।

ଇସ୍ରାଏଲର ଆକ୍ରମଣ ଯୋଗୁଁ ପ୍ରାୟ ୧.୯୦ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଏଥିମଧ୍ୟରୁ ଦୁଇ ଲକ୍ଷ ଲୋକ ଅନ୍ୟତ୍ର ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି । ଇସ୍ରାଏଲ୍ ସେନା ଗାଜାକୁ ସମ୍ପୂର୍ଣ ଘେରାବନ୍ଦୀ କରି ରଖିଛନ୍ତି । ଗାଜା ଷ୍ଟ୍ରିପକୁ ଖାଦ୍ୟ, ଔଷଧ, ପାଣି ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବନ୍ଦ କରିଦେଇଛି ଇସ୍ରାଏଲ୍ ।

ସେପଟେ ହାମାସ ଆକ୍ରମଣ ଯୋଗୁଁ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ୧୨୦୦ ଟପିଛି । ପ୍ରାୟ ୨୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୫୬ ଜଣ ସେନା କର୍ମଚାରୀ ଅଛନ୍ତି। ହାମାସ୍ ସହ ଲଢେଇରେ ଇସ୍ରାଏଲକୁ ସମର୍ଥନ ଜଣାଇ ଆମେରିକା ଯୁଦ୍ଧାସ୍ତ୍ର ପଠାଇବା ଆରମ୍ଭ କରିଛି ।

Exit mobile version