Site icon ଆଜିକାଲି

ବାହାନଗା ରେଳ ଦୁର୍ଘଟଣା; ଟ୍ବିଟ୍ କରି ସମବେଦନା ଜଣାଇଲେ ବିଭିନ୍ନ ଦେଶର ପ୍ରତିନିଧି

ନୂଆଦିଲ୍ଲୀ: ବାଲେଶ୍ବର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ବିଭିନ୍ନ ଦେଶ । ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ଖବର ଶୁଣିବା ପରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ।

ସେହିପରି ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ସେହିଭଳି ଋଷିଆନ୍ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ ମଧ୍ୟ ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଅତ୍ୟନ୍ତ ଦୁଃଖପ୍ରକାଶ କରିଛନ୍ତି । ଟ୍ରେନ୍ ଟ୍ରାଜେଡିରେ ଜଡ଼ିତ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି ।

ରେଳ ଦୁର୍ଘଟଣାରେ ତାଇଓ୍ବାନ ରାଷ୍ଟ୍ରପତି ସାଇ-ଇଙ୍ଗ-ଓ୍ବାନ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଇଁ ଶୋକପ୍ରକାଶ କରିଛନ୍ତି । ସେ ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଅନ୍ୟପଟେ କାନାଡା ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର । ଏହା ମୋତେ ବିଚଳିତ କରିଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ଏହି ଜଟିଳ ସମୟରେ ଭାରତ ସହିତ କାନାଡ଼ା ଛିଡ଼ା ହୋଇଛି ବୋଲି କହିଛନ୍ତି ।

Exit mobile version