Site icon ଆଜିକାଲି

ଆଜି ଦିନିକିଆ ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭୁବନେଶ୍ୱର : ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଗାମୀ ୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ କର୍ମୀଙ୍କ ମନରେ ଜୋଶ୍ ଭରିବେ ରାଜନାଥ । ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରର ସର୍କିଟ ହାଉସ ପଡ଼ିଆରେ ରହିଛି ରାଜନାଥଙ୍କର ପ୍ରଥମ କାର୍ଯ୍ୟକ୍ରମ ।

ନବରଙ୍ଗପୁର ପରେ ଦିନ ସାଢ଼େ ବାରଟାରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ ପ୍ରତିରକ୍ଷା ମନ୍ତ୍ରୀ । ତା ପରେ ଅପରାହ୍ନ ୪ଟାରେ ବାରିପଦା ଛଉପଡ଼ିଆ ଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀ ଓ ଜନସଭାରେ ଯୋଗଦେବେ ।

ଉତ୍ତର ଓଡିଶାର ୪ଟି ସଂସଦୀୟ କ୍ଷେତ୍ରର ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ବାଣ୍ଟିବେ ରାଜନାଥ। କିଛି ଦିନ ତଳେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଶେଷ ହୋଇଥିବା ବେଳେ ଏହି ବୈଠକରେ ଦଳ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିଛି । ୨୦୧୪ରେ ବିଜେପି ୩୭୦ ଓ ଏନଡିଏ ୪୦୦ ପାରର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ବେଳେ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ଦେଖିବାକୁ ମିଳିଛି ।

Exit mobile version