Site icon ଆଜିକାଲି

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ହତ୍ୟା ଧମକ । ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମାରିଦେବାକୁ ଧମକ ଦେଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ବାସିନ୍ଦା ଏବଂ ତାର ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଇଛି ।
​​
ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ମାନସିକ ସ୍ତରରେ ଅସୁସ୍ଥ । ତେଣୁ ପୋଲିସ ତାକୁ ଗିରଫ କରିନାହିଁ । ଏହି ଘଟଣାର ତଦନ୍ତ ଜାରି ରହିଛି ।

ଅଭିଯୁକ୍ତଙ୍କ ନାମ ଜୟ ପ୍ରକାଶ ବୋଲି କୁହାଯାଇଛି। ଜୟ ପ୍ରକାଶ ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସକୁ କଲ୍ କରି କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ମାନସିକ ରୋଗ ପାଇଁ ଅଭିଯୁକ୍ତ ସମ୍ପ୍ରତି ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ।

Exit mobile version