Site icon ଆଜିକାଲି

ଯାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯିବାରୁ କରାଚିରେ ଜରୁରୀ ଅବତରଣ କଲା ଦିଲ୍ଲୀ-ଦୋହା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଜଣେ ଯାତ୍ରୀଙ୍କ ହଠାତ୍ ସ୍ବାସ୍ଥ୍ୟ ଖରାପ ହୋଇଯିବାରୁ ଇଣ୍ଡିଗୋର ଦିଲ୍ଲୀ-ଦୋହା ବିମାନ କରାଚିରେ ଜରୁରୀ ଅବତରଣ କରିଛି । ସୋମବାର ଏୟାରଲାଇନ ପକ୍ଷରୁ ଏହି ସୂଚନା ଦେଇଛି।

ଇଣ୍ଡିଗୋ ବିମାନ ୬ଇ-୧୭୩୬ ରବିବାର ରାତି ୧୦ଟାରୁ ନୂଆଦିଲ୍ଲୀରୁ ଦୋହା ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ ମଝି ଆକାଶରେ ଯାତ୍ରୀ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ବିମାନର ରୁଟ୍ ପରିବର୍ତ୍ତନ କରାଯାଇ କରାଚି ଡାଇଭର୍ଟ କରାଯାଇଥିଲା । ବିମାନଟି ମଧ୍ୟରାତ୍ରରେ କରାଚିରେ ଜରୁରୀ ଅବତରଣ କରିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ବିମାନ ସେଠାରେ ପହଞ୍ଚିବା ପରେ ଏୟାରପୋର୍ଟ ମେଡିକାଲ ଟିମ୍ ଅସୁସ୍ଥ ଯାତ୍ରୀଙ୍କୁ ମୃତ ଘୋଷଣା କରିଥିଲା । ଯାତ୍ରୀ ଜଣକ ନାଇଜେରିଆର ଥିଲେ ବୋଲି ଜଣାପଡ଼ିଛି।

ବିମାନର ଅନ୍ୟ ଯାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସଂପୃକ୍ତ ଅଧିକାରୀଙ୍କ ସହ ମିଶି ବ୍ୟବସ୍ଥା କରାଯାଉଛି ବୋଲି ଏୟାରଲାଇନ୍ ପକ୍ଷରୁ କୁହାଯାଇଛି ।

Exit mobile version