Site icon ଆଜିକାଲି

ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମସିଡି) ଷ୍ଟାଣ୍ଡିଂ କମିଟିର ନିର୍ବାଚନ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଦୁଇ ବିଜେପି କର୍ପୋରେଟରଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏମସିଡି ହାଉସରେ ଶୁକ୍ରବାର ହଙ୍ଗାମା ପରେ ଭୋଟିଂକୁ ସୋମବାର ଯାଏଁ ସ୍ଥଗିତ ରଖାଯାଇଥିଲା।

ଏମସିଡି ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନିର୍ବାଚନ ପାଇଁ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ହୋଇଥିଲା । ତେବେ ମେୟର ଶେଲି ଓବେରୟ ଏକ ଭୋଟକୁ ନାକଚ କରିଦେଇଥିଲେ ଓ ପୁଣିଥରେ ଭୋଟ୍ ଗଣତି ପାଇଁ ନିର୍ଦ୍ଦେଶ ଦେବାରୁ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବିଜେପି କର୍ପୋରେଟର ପ୍ରବଳ ହୋହଲ୍ଲା କରିଥିଲେ । ଏପରିକି ବିଜେପି-ଆପ୍ କର୍ପୋରେଟରଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା । ଏମସିଡିରେ ଝଗଡ଼ା ନେଇ ଆପ୍ ଓ ବିଜେପି ପରସ୍ପରକୁ ଦାୟୀ କରିଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି । ତଦନ୍ତ ପରେ ଆବଶକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

Exit mobile version