Site icon ଆଜିକାଲି

ପ୍ରଦୂଷଣ ବଳୟରେ ଦିଲ୍ଲୀ, ବଢିଲା ଚିନ୍ତା

ନୂଆଦିଲ୍ଲୀ : ପ୍ରଦୂଷଣ ବଳୟରେ ଦିଲ୍ଲୀ । ଗତ କିଛି ଦିନର ଆଶ୍ୱସ୍ତି ପରେ ଦିଲ୍ଲୀରେ ପୁଣି ମୁଣ୍ଡ ବାୟୁ ପ୍ରଦୁଷଣ ସମସ୍ୟା ଦେଖା ଦେଇଛି। ଗତ ୬ଦିନ ହେବ ଦିଲ୍ଲୀର ବାୟୁ ଗୁଣବତା ବେଶ ଖରାପ ସ୍ଥିତିରେ ରହିଛି । ସେହିପରି ଆଗାମୀ ୩ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବା ସମ୍ଭାବନା ରହିଛି ।

ଦିଲ୍ଲୀରେ ବୁଧବାର ଏକ୍ୟୁଆଇ ୩୫୬ ରହିଥିଲା । ଡିସେମ୍ବର ୯ ପରେ କିଛି ଦିନ ଏଠାକାର ସ୍ଥିତି ଆହୁରି ବିଗିଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସବୁଠୁ ଅଧିକ ପ୍ରଦୁଷିତ ଇଲାକା ଭିତରେ ରହିଛି ଆରକେ ପୁରମ, ପଂଜାବୀ ବାଗ, ହେରଚ ନଗର, ଦ୍ୱାରାକା, ଜାହାଙ୍ଗୀରପୁର, ରୋହିଣୀ, ମୁଣ୍ଡକା ରହିଛି । ସ୍ଥିତିକୁ ଦୃଷ୍ଟିରେ ଖି ଯାବାହନ ଚଳାଚଳା ଉପରେ କଟକଣା ଲଗାଯାଇଛି । ରାଜଧାନୀରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ବଡ ବଡ ଅଟାଳିକା ଭାଙ୍ଗିବା ଉପରେ ମଧ୍ୟ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ବିଏସ ଥ୍ରୀ ଡିଜେଲ ଗାଡି ଓ ବିଏସ ଫୋର ପେଟ୍ରୋଲ ଗାଡି ଚଳାଚଳ ଉପରେ ମଧ୍ୟ ରୋକ ଲାଗାଯାଇଛି ।

Exit mobile version