Site icon ଆଜିକାଲି

ସଂଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି, ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ସଂଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି । ସୁପ୍ରିମ କୋର୍ଟ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି । ସୁପ୍ରିମ କୋର୍ଟ ମାମଲାର ବିସ୍ତତ ଶୁଣାଣି କରିବା ପାଇଁ ଆସନ୍ତା ଫେବୃଆରୀ ୫ ତାରିଖ ଧାର୍ଯ୍ୟ କରିଛନ୍ତି । ଏହା ସହିତ କୋର୍ଟ ସଞ୍ଜୟ ସିଂହଙ୍କ ସଂସଦରେ ବ୍ୟକ୍ତିଗତ ଉତ୍ତର ଦାଖଲ କରିବା ପାଇଁ ସଂସଦ ଭବନ ଯିବାକୁ ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ ସେ ମିଡିଆ କିମ୍ବା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହିତ କୌଣସି ପ୍ରକାଶ କଥା ନ ହେବାକୁ କହିଛନ୍ତି । ମୋବାଇଲ ଫୋନ ବ୍ୟବହାରକୁ ମଧ୍ୟ ଅନୁମତି ମିଳିନାହିଁ ।

ଦିଲ୍ଲୀ ମଦ ନୀତି ମାମଲାରେ ନିଜର ଗିରଫକୁ ଭୁଲ ପ୍ରମାଣିତ କରିବା ପାଇଁ ଆମ ଆଦମୀ ପାର୍ଟି ର ସାଂସଦ ସଞ୍ଜୟ ସିଂହ ସୁପ୍ରିମ କୋର୍ଟରେ ଜାମିନ ପିଟିସନ ଦାଖଲ କରିଥିଲେ । ଏହି ପିଟିସନର ଶୁଣାଣି କରି କୋର୍ଟରୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । କୋର୍ଟ ୨୧ ଡିସେମ୍ବର ପର୍ଯ୍ୟନ୍ତ ସଞ୍ଜୟ ସିଂହଙ୍କ ନ୍ୟାୟିକ ହେପାଜତକୁ ବଢାଇଦେଇଥିବା ଜଣାପଡିଛି ।

ସଂଜୟ ସିଂହଙ୍କୁ ଇଡି ଗିରଫ କରିବା ପରେ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ତାଙ୍କ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସଂଜୟ ସିଂହ ।

Exit mobile version