Site icon ଆଜିକାଲି

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଖଲିସ୍ତାନୀ ସ୍ଲୋଗାନ

ନୂଆଦିଲ୍ଲୀ : ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଖଲିସ୍ତାନ ସମର୍ଥକମାନଙ୍କ ଉତ୍ପାତ । ଦିଲ୍ଲୀ ମେଟ୍ରୋର ପାଞ୍ଚଟି ଷ୍ଟେସନ କାନ୍ଥରେ ଜାତୀୟ ବିରୋଧୀ ସ୍ଲୋଗାନ ଲେଖିଛନ୍ତି ଖଲିସ୍ତାନ ସମର୍ଥକ । ଦୋଷୀଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଧରପଗଡ ଆରମ୍ଭ ହୋଇଛି ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫଜେ) ନାମକ ଖଲିସ୍ତାନୀ ସଂଗଠନ ଦିଲ୍ଲୀ ମେଟ୍ରୋ ଷ୍ଟେସନର ଫୁଟେଜ୍ ଜାରି କରିଛି। ଏଥିରେ ଦେଶ ବିରୋଧୀ ସ୍ଲୋଗାନ୍ ଲେଖାଯାଇଛି | ଏହାଛଡ଼ା ଦିଲ୍ଲୀର ଶିବାଜୀ ପାର୍କରୁ ପଞ୍ଜାବୀ ବାଗପ ର୍ଯ୍ୟନ୍ତ ଅନେକ ମେଟ୍ରୋ ଷ୍ଟେସନରେ ଏସ୍ଏଫଜେ କାର୍ଯ୍ୟକର୍ତ୍ତାମାନେ ଖଲିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ।

Exit mobile version