Site icon ଆଜିକାଲି

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ବିବାଦ ପରେ ଇସ୍ତଫା ଦେଲେ ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ


ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ତଥା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଦୁଇ ପୃଷ୍ଠାର ବିବୃତ୍ତି ଦେଇ ସେ ରାଜେନ୍ଦ୍ର ପାଲ ଗୌତମ ଇସ୍ତଫା ଘୋଷଣା କରିଛନ୍ତି।

ନିକଟରେ ଏକ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ସେ ହିନ୍ଦୁ ଦେବଦେବୀଙ୍କୁ ପୂଜା ନକରିବାକୁ ଲୋକଙ୍କୁ ଶପଥ ନେବାକୁ କହୁଥିବା ଭିଡ଼ିଓ ସାମ୍ନାକୁ ଆସିବା ପରେ ବିବାଦ ଉଠିଥିଲା। ଏହାକୁ ନେଇ ବିଜେପି ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲା ।

Exit mobile version