Site icon ଆଜିକାଲି

ଦିଲ୍ଲୀ ନଗର ନିଗମ ନିର୍ବାଚନ ସୂଚୀ ଘୋଷଣା, ଡ଼ିସେମ୍ବର ୪ରେ ଭୋଟ୍ ଏବଂ ୭ରେ ଫଳାଫଳ

ନୂଆଦିଲ୍ଲୀ : ଦିଲ୍ଲୀର ତିନିଟି ନଗର ନିଗମକୁ ଏକ କରିବା ଏବଂ ଏକୀକରଣ ପ୍ରକ୍ରିୟା ସମାପ୍ତ କରିବା ପରେ ନିର୍ବାଚନ ସୂଚୀ ଘୋଷଣା କରାଯାଇଛି । ଦିଲ୍ଲୀ ନଗର ନିଗମର ୨୫୦ ଟି ୱାର୍ଡ଼ ପାଇଁ ୪ ଡିସେମ୍ବର (ରବିବାର) କୁ ମତଦାନ ହେବ ଏବଂ ୭ ଡିସେମ୍ବର (ବୁଧବାର) କୁ ଫଳାଫଳ ଘୋଷଣା କରାଯିବ ।

ଦିଲ୍ଲୀ ରାଜ୍ୟ ନିର୍ବାଚନ କମିଶନର ବିଜୟ ଦେବ ଏଠାରେ ଏକ ସାମ୍ବାଦିକ ସମ୍ମିକଳନୀରେ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତିନିଟି ନଗର ନିଗମର ଏକୀକରଣ ପ୍ରକ୍ରିୟା ସମାପ୍ତ କରିବା ପରେ ଆମେ ଖୁବ୍ କମ୍ ସମୟ ମଧ୍ୟରେ ନିର୍ବାଚନ ପରିଚାଳନା କାର୍ଯ୍ୟ ସମାପ୍ତ କରିଛୁ ।

Exit mobile version