Site icon ଆଜିକାଲି

ଦିଲ୍ଲୀରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ଗିରଫ ହୋଇଛି ଆଇଏସଆଇଏସ ଆତଙ୍କବାଦୀ। ଇସଲାମିକ୍‌‌ ଷ୍ଟେଟ୍‌‌ ର ଆତଙ୍କୀ ରିଜୱାନ୍‌‌ ଅବଦୁଲ୍‌‌ ହଜି ଅଲ୍ଲୀକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହିତ ଧରାପଡିଛି ଆତଙ୍କୀ ରିଜୱାନ୍‌‌। ୨୦୨୩ ମସିହାରେ ପୁଣେ ପୁଲିସ ହେପାଜତରେ ଥିବାବେଳେ ସେଠାରୁ ଖସି ପଳାଇଥିଲା ରିଜୱାନ୍‌‌। ଏନଆଇଏର ତାଲିକାରେ ମୋଷ୍ଟ ୱାଣ୍ଟେଡ ଥିଲା ରିଜୱାନ। ଫଳରେ ତାକୁ ଧରିବା ପାଇଁ ୩ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଦେଶରେ ଆତଙ୍କବାଦୀଙ୍କ ନେଟୱାର୍କକୁ ସମାପ୍ତ କରିବା ପାଇଁ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା କରାଯାଉଥିବା ପ୍ରୟାସରେ ଏହି ଗିରଫଦାୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରିଜୱାନ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଛି।

Exit mobile version