Site icon ଆଜିକାଲି

ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇଲା ଦିଲ୍ଲୀ ପୋଲିସ, ଯୌନ ନିର୍ଯାତନାର ଶିକାର ମହିଳାଙ୍କ ସମ୍ପର୍କରେ ମାଗିଲା ଜବାବ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ । ଭାରତ ଯୋଡ଼ୋ ଯାତ୍ରା ସମୟରେ ସେ ଯେଉଁ ଯୌନ ନିର୍ଯାତନାର ଶିକାର ମହିଳାଙ୍କ ବିଷୟରେ ଉଲ୍ଲେଖ କରିଥିଲେ, ସେମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ରାହୁଲଙ୍କୁ‌ କୁହାଯାଇଛି ।

ସୂଚନା ଯେ, ଦିଲ୍ଲୀ ପୋଲିସ ଟିମ୍ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘରକୁ ଯାଇ ନୋଟିସ ଦେଇଥିଲା । ରାହୁଲ ନିଜେ ଏହି ନୋଟିସ ଗ୍ରହଣ କରିଥିଲେ । ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶ୍ରୀନଗରରେ କହିଥିଲେ ଯେ ସେ ଏପରି କିଛି ମହିଳାଙ୍କୁ ଭେଟିଛନ୍ତି ଯେଉଁମାନେ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କୁ ପୀଡ଼ିତା ମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି ଯାହା ଦ୍ୱାରା ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ |

Exit mobile version