Site icon ଆଜିକାଲି

ଡିଜିସିଏର ଏୟାର ଇଣ୍ଡିଆ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଲାଗିଲା ୧୦ ଲକ୍ଷର ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ), ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହା ସହ ଡିଜିସିଏ ଉଡ଼ାଣ ବିଳମ୍ବର କରୁଥିବା ଯାତ୍ରୀଙ୍କୁ ଉଚିତ୍‌ ସୁବିଧା ଦେବାରେ ବିଫଳ ହୋଇଥିବାରୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି।

ଡିଜିସିଏ ଅନୁଯାୟୀ, ଯାଞ୍ଚରୁ ଜଣାପଡ଼ିଛି ଯେ, ଏୟାରଲାଇନ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର)କୁ ପୂରଣ କରିନାହିଁ। ଡିଜିସିଏ ୨୦୧୦ ଏହି ବିଷୟରେ ଗାଇଡଲାଇନ ଜାରି କରିଥିଲା। ସିଏଆରରେ ଉଲ୍ଲେଖ ରହିଛି ଯଦି ବିମାନ ବୋର୍ଡିଂ ପାଇଁ ମନା କରୁଛି, ବିମାନ ରଦ୍ଦ ହେଉଛି କିମ୍ବା ବିମାନ ବିଳମ୍ବ ହେଉଛି, ତା’ହେଲେ ଯାତ୍ରୀଙ୍କୁ ଏୟାରଲାଇନ୍‌ କମ୍ପାନି ଦ୍ବାରା ସୁବିଧା ପ୍ରଧାନ ଦିଆଯିବ। ଆଉ ଏସବୁ ସୁବିଧା ପ୍ରଦାନ କରିବାରେ କମ୍ପାନି ବିଫଳ ହୋଇଥିବା ଜଣାପଡ଼ିଛି।

Exit mobile version