Site icon ଆଜିକାଲି

ଡାଏମଣ୍ଡ ଲିଗ୍ ଫାଇନାଲର ଦ୍ଵିତୀୟ ସ୍ଥାନରେ ରହିଲେ ନୀରଜ ଚୋପ୍ରା, ହାସଲ କଲେ ସିଲ୍‌ଭର ମେଡଲ

ମୁମ୍ଵାଇ : ଆମେରିକାର ୟୁଜିନରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍ ୨୦୨୩ ଫାଇନାଲର ଦ୍ଵିତୀୟ ସ୍ଥାନରେ ରହିଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋର ନୀରଜ ଚୋପ୍ରା। ଫଳରେ ହାସଲ କଲେ ସିଲ୍‌ଭର ମେଡଲ । ନୀରଜଙ୍କ ସର୍ବୋତ୍ତମ ଥ୍ରୋ ଥିଲା ୮୩.୮୦ ମିଟର ଯାହା ଦ୍ୱିତୀୟ ପ୍ରୟାସରେ ଆସିଥିଲା ​​। ଚେକ୍ ରିପବ୍ଲିକର ବାଦଲେଚ ୮୪.୨୪ ମିଟର ଥ୍ରୋ ସହ ଟାଇଟଲ୍ ଜିତିଛନ୍ତି।

ଯେତେବେଳେ କି, ଫିନଲ୍ୟାଣ୍ଡର ଅଲିଭର ହେଲେଣ୍ଡର୍ ୮୩.୭୪ ମିଟର ଥ୍ରୋ ସହ ତୃତୀୟ ସ୍ଥାନରେ ରହିଥିଲେ । ଗତ ବର୍ଷ ନୀରଜ ଡାଏମଣ୍ଡ ଲିଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗତ ମାସରେ ସେ ପ୍ରଥମ ଥର ପାଇଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଟାଇଟଲ୍ ଜିତିଥିଲେ । ଯଦି ନୀରଜ ଏହି ଟାଇଟଲ୍ ଜିତିଥାନ୍ତେ, ତେବେ ସେ ଡାଇମଣ୍ଡ ଲିଗ୍ ଟ୍ରଫି ହାସଲ କରିବାରେ ତୃତୀୟ ଖେଳାଳି ହୋଇଥାନ୍ତେ । କିନ୍ତୁ ଏହା ହୋଇପାରିଲା ନାହିଁ ।

Exit mobile version