Site icon ଆଜିକାଲି

ଏଣିକି ଦିଲ୍ଲୀରେ ଆଉ ଗଡି ପାରିବନି ଡିଜେଲ କାର୍

ନୂଆଦିଲ୍ଲୀ : ଏଣିକି ଦିଲ୍ଲୀରେ ଆଉ ଗଡି ପାରିବନି ଡିଜେଲ କାର୍। କେବଳ ବିଏସ୍‌-୬ କାର୍‌କୁ ହିଁ ମିଳିବ ଅନୁମତି। ଲଗାତର ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁରୁଣା ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଏସ୍‌-୬ ମାନକ ତଳେ ଥିବା କାର୍ ଯଦି ଗଡେ ତେବେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏନେଇ ଦିଲ୍ଲୀ ପରିବହନ ବିଭାଗ ସୂଚନା ଦେଇଛି।

ମେସେଜ ଜରିଆରେ କାର୍ ମାଲିକଙ୍କୁ ଏନେଇ ସୂଚିତ କରି ଦିଆଯାଇଛି। ପାଗ ଭଲ ନହେବା ପର‌୍ୟ୍ୟନ୍ତ ଭୁଲରେ ଏଭଳି ଯାନ ସହିତ ରାସ୍ତାରେ ଯାଆନ୍ତୁ ନାହିଁ ବୋଲି ଚେତାବନୀ ଦିଆଯାଇଛ। ଏହି ପରି ପରିବହନ ବିଭାଗ ପାଞ୍ଚ ଲକ୍ଷରୁ ଅଧିକ ଗାଡି ମାଲିକଙ୍କ ନିକଟକୁ ମେସେଜ ପଠାଇଛି।

Exit mobile version