Site icon ଆଜିକାଲି

ଏସୀୟ କ୍ରୀଡ଼ା: ସ୍କ୍ବାସରେ ସ୍ବର୍ଣ୍ଣ ଜିତିଲେ ଦୀପିକା-ହରିନ୍ଦର

ହାଙ୍ଗଝୋ: ହାଙ୍ଗଝୋରେ ଚାଲିଥିବା ଏସୀୟ କ୍ରୀଡ଼ାର ଦ୍ୱାଦଶ ଦିନରେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ସ୍କ୍ୱାସରୁ ମିଳିଛି । ସ୍କ୍ୱାସର ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତର ଦୀପିକା ପାଲିକଲ ଏବଂ ହରିନ୍ଦର ପାଲ ସିଂ ସ୍ୱର୍ଣ୍ଣ ଜିତିଛନ୍ତି। ଦିପିକା-ହରିନ୍ଦର ଫାଇନାଲରେ ମାଲେସିଆର ଯୋଡି ମହମ୍ମଦ ଶାଫିକ୍ ଏବଂ ଆଇଫା ଆଜମାନଙ୍କୁ ୨-୦ରେ ପରାସ୍ତ କରି ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି । ଏହା ଚଳିତ ଏସୀୟ କ୍ରୀଡ଼ାରେ ଭାରତର ୨୦ତମ ସ୍ୱର୍ଣ୍ଣ ପଦକ |

ଏହାପୂର୍ବରୁ ଜ୍ୟୋତି ସୁରେଖା, ଆଦିତ୍ୟ ଗୋପୀଚାନ୍ଦ ସ୍ବାମୀ ଏବଂ ପରନୀତ କୌରଙ୍କ ତିନି ଜଣିଆ ଭାରତୀୟ ମହିଳା ତୀରନ୍ଦାଜୀ ଟିମ୍ କମ୍ପାଉଣ୍ଡ ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ।

ଆଜି ଦୁଇଟି ସ୍ବର୍ଣ୍ଣ ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୮୩ରେ‌ ପହଞ୍ଚିଛି, ଏଥିମଧ୍ୟରେ ୨୦ଟି ସ୍ବର୍ଣ୍ଣ ପଦକ ରହିଛି | ଭାରତ ୨୦୧୮ ସଂସ୍କରଣକୁ ପଛରେ ପକାଇ ଏସୀୟ କ୍ରୀଡ଼ାରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତ ୨୦୧୮ ଜାକର୍ତ୍ତା ସଂସ୍କରଣରେ ୭୦ଟି ପଦକ ଜିତିଥିଲା ।

Exit mobile version