Site icon ଆଜିକାଲି

ସମ୍ପର୍କ ସ୍ଥାପନାର ଆଶା ନଥିଲେ ହୋଇପାରିବ ଛାଡପତ୍ର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେଉଁ କାରଣରୁ ଛାଡପତ୍ରକୁ ମଞ୍ଜୁରୀ ମିଳିପାରିବ ସେ ନେଇ ରାୟ ଦେଇଛନ୍ତି କୋର୍ଟର ସମ୍ବିଧାନ ପୀଠ । ସେ କହିଛନ୍ତି ଯେ, ଯଦି କୌଣସି ବୈବାହିକ ସମ୍ପର୍କରେ ସୁଧାର ହେବା ନେଇ ଆଶା ନଥାଏ, ତେବେ ଏଥିପାଇଁ ଛାଡପତ୍ରକୁ ଅନୁମତି ମିଳିପାରିବ । ଏକ ମାମଲାର ଶୁଣାଣି କରିବା ସମୟରେ ଏ ନେଇ ରାୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ଏହି ଶୁଣାଣିରେ ସୁପ୍ରିମକୋର୍ଟର ସମ୍ବିଦାନ ପୀଠ କହିଛନ୍ତି ଯେ, ଧାରା ୧୪୨ ଅନୁସାରେ ବିଶେଷ ଶକ୍ତିର ପ୍ରୟୋଗ କରି ଛାଡପତ୍ରକୁ ମଞ୍ଜୁରି ଦିଆ ଯାଇପାରିବ । ଏଥିପାଇଁ ଦମ୍ପତ୍ତିଙ୍କୁ ଅପେକ୍ଷା ମଧ୍ୟ କରିବାକୁ ପଡିବ ନାହିଁ । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟରେ ଏକ ସର୍ତ୍ତ ମଧ୍ୟ ରହିଛି । ନିଶ୍ଚିତ ଭାବରେ ଭାଙ୍ଗି ଯାଇଥିବା ବୈବାହିକ ସମ୍ପର୍କରେଏହି ଛାଡପତ୍ର ଅନୁମତି ପାଇପାରିବ । ତେବେ ଯଦି ଏହି ସମ୍ପର୍କ ପୁଣିଥରେ ସ୍ଥାପନା ହେବାର କୌଣସି ଆଶା ନଥାଏ, ତେବେ ସୁପ୍ରିମକୋର୍ଟ ଏହି ବିଚ୍ଛେଦକୁ ଗ୍ରହଣ କରିବା ସହ ଛାଡପତ୍ର ପାଇଁ ଅନୁମତି ଦେଇପାରିବେ । ଜଷ୍ଟିସ ସଂଜୟ କିଶନ କୋଲ, ଜଷ୍ଟିସ ସଂଜୀବ ଖାନ୍ନା, ଏଏସ ଓକା, ବିକ୍ରମ ନାଥ ଏବଂ ଜେକେ ମାହେଶ୍ୱରୀଙ୍କ ପୀଠ କହିଛି କି, ବିବାହ ସଂପର୍କରେ ସୁଧାର ହେବାର ଯଦି କୌଣସି ଆଶା ନଥାଏ, ତେବେ ଛାଡପତ୍ର ହୋଇପାରିବ ।

Exit mobile version