Site icon ଆଜିକାଲି

ଡିଜେ ଆଜେକ୍ସ ମୃତ୍ୟୁ ମାମଲା: ବାନ୍ଧବୀ ଓ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ଯାଞ୍ଚ କରିବ ପୋଲିସ

ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ମାମଲାରେ ପୋଲିସ ସିଡିଆର ରିପୋର୍ଟ ମାଗିଛି । ଆଜେକ୍ସଙ୍କ ବାନ୍ଧବୀ ଓ ଅନ୍ୟ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ମାଗିଛି ପୋଲିସ । ସେପଟେ ଡିଜେ ଆଜେକ୍ସଙ୍କ ମଧ୍ୟ ଚ ସିଡିଆର ଯାଞ୍ଚ ଚାଲିଛି। କଲ୍ ରେକର୍ଡରୁ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଠୋସ ପ୍ରମାଣ ମିଳିପାରେ ବୋଲି ଆଶା କରୁଛି ପୋଲିସ। ସେପଟେ ଆଜେକ୍ସଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ ସହ ଯୋଗାଯୋଗ କରିଛି ଖାରବେଳନଗର ଥାନା ପୋଲିସ।

ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ବ୍ୟାଙ୍କ ଦେବ ସୂଚନା । ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆଜେକ୍ସ ପ୍ରେମିକାଙ୍କୁ ଦେଇଥିବା ସୂଚନା ମିଳିଛି। ଗତକାଲି ଖାରବେଳ ନଗର ଘରୁ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ।

Exit mobile version