Site icon ଆଜିକାଲି

ଶସ୍ତା ହୋଇପାରେ ଘରୋଇ ଏଲପିଜି, ୨୦୦ ଟଙ୍କା ପର୍ଯ୍ୟନ୍ତ କମିପାରେ ଦାମ୍

ନୂଆଦିଲ୍ଲୀ: ମହଙ୍ଗା ବୋଝରୁ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିପାରନ୍ତି । ଏହି କ୍ରମରେ ଘରୋଇ ଗ୍ୟାସ୍ ସିଲିଣ୍ଡର କମିବା ସମ୍ଭାବନା ରହିଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରନ୍ଧନ ଗ୍ୟାସ ଉପରେ ମୋଦୀ ସରକାର ୨୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ଘୋଷଣା କରିପାରନ୍ତି। ଯଦି ସରକାର ଏହି ପଦକ୍ଷେପ ନିଅନ୍ତି, ତେବେ ଏହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗ୍ୟାସ ସିଲିଣ୍ଡର ଶସ୍ତା କରିବାକୁ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ମହିଳାମାନଙ୍କୁ ଏହା ମୋଦୀ ସରକାରଙ୍କ ରାଖୀ ଉପହାର ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ପାଖାପାଖି ୧୨୦୦ ଟଙ୍କା ପହଞ୍ଚିଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ଗତ କିଛି ମାସ ମଧ୍ୟରେ ବହୁତ ଲାଭବାନ ହୋଇଛନ୍ତି। ସେମାନେ ନିଜ କ୍ଷତି ଭରଣା କରିଛନ୍ତି |

ସୂଚନାଯୋଗ୍ୟ ଯେ, କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ଗତ କିଛି ମାସ ଧରି କମିଥିବା ବେଳେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିଲା ‌ ଚଳିତ ବର୍ଷ ଶେଷ ସୁଦ୍ଧା ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ମଧ୍ୟପ୍ରଦେଶରେ କଂଗ୍ରେସ ଘୋଷଣା କରିଛି ଯେ କ୍ଷମତାକୁ ଆସିଲେ ଦଳ ଘରୋଇ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଦେବ । ବିଜେପି ମଧ୍ୟ ଆଉ ପାଦେ ଆଗେଇ ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଘୋଷଣା କରିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତିି ଯେ ସମସ୍ତଙ୍କୁ ୪୫୦ ଟଙ୍କା ଗ୍ୟାସ ସିଲିଣ୍ଡର ଦିଆଯିବ।

Exit mobile version