Site icon ଆଜିକାଲି

ଆମେରିକାରେ ପୁଣିଥରେ ଟ୍ରମ୍ପ ସରକାର, ହେଲେ ୪୭ତମ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦମ୍‌ଦାର ବିଜୟ ହାସଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ପୁଣିଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଳା ହ୍ୟାରିସ୍‌କୁ ବଡ଼ ବ୍ୟବଧାନରେ ପରାସ୍ତ କରି ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ମ୍ୟାଜିକ ନମ୍ବର ୨୭୦ ଥିବାବେଳେ ଟ୍ରମ୍ପକୁ ୨୭୭ ଭୋଟ୍‌ ମିଳିଛି ଏବଂ କମଳା ହ୍ୟାରିସ୍‌ଙ୍କୁ ମିଳିଛି ୨୨୬ ଖଣ୍ଡ ଭୋଟ୍‌। ୪ ବର୍ଷ ପରେ ପୁଣି ଥ​‌ରେ ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ।

ୟୁଏସ୍‌ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍‌ ମିଳିଛି। ୪ ବର୍ଷ ପରେ ପୁଣି ଥରେ ଟ୍ରମ୍ପଙ୍କ ସ୍ୱପ୍ନ ସାକାର ହୋଇଛି। ସେ ପୁଣି ଥରେ ଦଖଲ କରିଛନ୍ତି ହ୍ୱାଇଟ୍‌ ହାଉସ। 

ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି।
‘ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ। ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ। ବିଜୟ ଯାତ୍ରାପଥ ଆଦୌ ସହଜ ନଥିଲା ବୋଲି ଟ୍ରମ୍ପ ନିଜ ଭୋଟର୍‌ଙ୍କୁ କହିଛନ୍ତି। ଏଥିସହ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ବି ଧନ୍ୟବାଦ ଦେଇଛନ୍ତି। ଟ୍ରମ୍ପ ଆହୁରି କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ। ଏହା ଏକ ରାଜନୈତିକ ବିଜୟ। ଏଭଳି ବିଜୟ ଆମେରିକା କେବେ ଦେଖି ନାହିଁ। ୪୭ ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି। ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ।’ 

Exit mobile version