Site icon ଆଜିକାଲି

୨୦୨୩ ବିଶ୍ୱକପ ହକି ପାଇଁ ଆଜି ଭୁବନେଶ୍ୱରରେ ଡ୍ର ଉଠାଣ

ଭୁବନେଶ୍ୱର : ଆସନ୍ତାବର୍ଷ ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପ ହକି ପ୍ରତିଯୋଗିତା ପାଇଁ ଆଜି ଡ୍ର’ ଉଠାଣ ହେବ । ଆଜି ମଧ୍ୟାହ୍ନ ୧୨ଟାରେ ଲୋକସେବା ଭବନରେ ହେବ ଡ୍ର ଉଠାଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡ୍ର ଉଠାଣ ବେଳେ ଆନ୍ତର୍ଜାତିକ ହକି ମହାସଂଘ ଓ ହକି ଇଣ୍ଡିଆର ପଦାଧିକାରୀମାନେ ଉପସ୍ଥିତ ରହିବେ । ହକି ବିଶ୍ୱକପ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଖେଳାଯିବ । ଏଥିରେ ୧୬ଟି ଦେଶ ଭାଗ ନେବେ । ଓଡ଼ିଶା ଦ୍ୱିତୀୟ ଥର ପାଇଁ ବିଶ୍ଵକପ ହକି ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକି ଆୟୋଜିତ ହୋଇଥିଲା।

Exit mobile version