Site icon ଆଜିକାଲି

ଶ୍ରମିକଙ୍କ ମୁକ୍ତି ପାଇଁ ଅପେକ୍ଷା ବଢ଼ିଲା, ଡ୍ରିଲିଂ ମେସିନ୍ ଅଚଳ ଯୋଗୁଁ ପୁଣି ଅଟକିଲା ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ମୁକ୍ତି ପାଇଁ ଅପେକ୍ଷା ବଢ଼ିବାରେ ଲାଗିଛି । ଉଦ୍ଧାର କାର୍ଯ୍ୟର ୧୩ତମ ଦିନରେ ବି ଶ୍ରମିକ ମାନଙ୍କୁ ବାହାର କରାଯାଇପାରି ନାହିଁ । ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଡ୍ରିଲିଂ ମେସିନରେ ଯେଉଁ ଯାନ୍ତ୍ରିକ ତ୍ରୁଟି ରହିଥିଲା ତାହାକୁ ଆହୁରି ଠିକ୍ କରାଯାଇ ନାହିଁ। ଫଳରେ ଉଦ୍ଧାର କାର୍ଯ୍ୟକୁ ଆଉ ଦିନକ ପାଇଁ ବନ୍ଦ କରିବାକୁ ପଡ଼ିଛି | ଫସି ରହିଥିବା ଶ୍ରମିକମାନଙ୍କୁ ଆଜି ରାତିରେ ବାହାର କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀ କହିଛନ୍ତି ।

ଟନେଲରେ ବର୍ତ୍ତମାନ ସୁଦ୍ଧା ୪୮ ମିଟର ଖୋଳାସରିଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଆଉ ମାତ୍ର ୧୨ ମିଟର ଖୋଳା ଯାଇଥାନ୍ତା। ତେବେ ଯେଉଁ ପ୍ଲାଟଫର୍ମରେ ଅଗର୍ ମେସିନ୍ ରଖାଯାଇଥିଲା ସେଥିରେ କିଛି ଖାଲ ସୃଷ୍ଟି ହେବାରୁ ଅପରେସନ୍ ଗୁରୁବାର ଅଧାରୁ ବନ୍ଦ ହୋଇଥିଲା। ଏହାଛଡ଼ା ଡ୍ରିଲିଂ ମେସିନର ଏକ ବ୍ଲେଡ୍ ଭାଙ୍ଗିଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ଉପଦେଷ୍ଟା ଭାସ୍କର ଖୁଲବେ ଆଜି ସକାଳେ କହିଥିଲେ ଯେ ଦିନ ୧୧:୩୦ ସୁଦ୍ଧା ପୁଣି ଡ୍ରିଲିଂ ଆରମ୍ଭ ହେବ। ଆମକୁ ଆଉ ୧୨-୧୪ ମିଟର ଭିତରକୁ ଯିବାର ଅଛି। ଯଦି ସବୁ ଠିକଠାକ୍ ରୁହେ ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅପରେସନ୍ ଶେଷ ହେବ ବୋଲି ସେ କହିଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଡ୍ରିଲିଂ ଆରମ୍ଭ ହୋଇପାରିନାହିଁ।

Exit mobile version