Site icon ଆଜିକାଲି

ଜବରଦଖଲ ଉଚ୍ଛେଦ ବେଳେ ଲଙ୍କାକାଣ୍ଡ : ପୁଲିସ ଗୁଳିମାଡ଼ରେ ୨ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ଆସାମରେ ଚାଲିଥିବା ଜବରଦଖଲ ଉଚ୍ଛେଦ ବେଳେ ଘଟିଛି ଲଙ୍କାକାଣ୍ଡ। ଜବଦରଦଖଲ ଉଚ୍ଛେଦ କରୁଥିବା ଲୋକଙ୍କ ଉପରକୁ ପୁଲିସ୍‌ ଚଳାଇଛି ଗୁଳି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ଆସାମର କାମରୂପ ମେଟ୍ରୋପଲିଟାଣ୍ଟ ଜିଲ୍ଲାରେ ଘଟିଛି। ଏଠାରେ ଥିବା କାଚୁତାଲି ଗାଁରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ୧୮ ବର୍ଷୀୟ ଜୁବାହିର ଅଲୀ ଓ ହାଇଦର ପ୍ରାଣ ହରାଇଛନ୍ତି। ଉଭୟ କାଚୁତାଲି ଗାଁର ବାସିନ୍ଦା।

Exit mobile version