Site icon ଆଜିକାଲି

ହିମାଚଳରେ ଭୂମିକମ୍ପ, ଦୋହଲିଲା ସୋଲନ ଜିଲା

ସିମଲା: ହିମାଚଳ ପ୍ରଦେଶ ସୋଲନ ଜିଲାରେ ମୃଦୁ ଭୂମିକମ୍ପ ଝଟକା । ମଙ୍ଗଳବାର ସକାଳେ ଭୂମିକମ୍ପରେ ହୋଦଲିଲା ଘରଦ୍ବାରା ଓ ବିଲ୍ଡିଂ । ରିକ୍ଟରସ୍କେଲରେ ଏହାର ତୀବ୍ରତା ୨.୭୦ ରେକର୍ଡ଼ କରାଯାଇଛି ।

ଜାତୀୟ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ସୋଲନ ଜିଲା ସିଲା ରହିଛି । ଏହାର ତୀବ୍ରତା ୨.୭୦ ରେକର୍ଡ କରାଯାଇଥିବା ବେଳେ ଭୂ-ପୃଷ୍ଠରେ କେନ୍ଦ୍ରସ୍ଥଳୀ ୫କିଲୋମିଟର ଗଭୀରତାରେ ରହିଛି । ମଙ୍ଗଳବାର ଭୋର ୫ଟା ୩୩ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ପ୍ରଭାବ କେନ୍ଦ୍ରସ୍ଥଳୀ ଠାରୁ ୪୩ କିଲୋମିଟର ପର୍ଯ୍ଯନ୍ତ ରହିଥିଲା । ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

Exit mobile version