Site icon ଆଜିକାଲି

ଭୂମିକମ୍ପରେ ଥରିଲା ମିଆଁମାର, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ନୂଆଦିଲ୍ଲୀ: ମିଆଁମାରରେ ଭୂମିକମ୍ପ ଝଟକା । ଶନିବାର ଭୋରୁ ମିଆଁମାରରେ ଭୂମିକମ୍ପ ଆନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ ଶନିବାର ଭୋର ୪ଟା ୫୩ମିନିଟରେ ମିଆଁମାରରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ୩୦ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ସମୟରେ ଏଣେ ତେଣେ ଧାଁ ଦୌଡ଼ ବାକୁ ଲାଗିଥିଲେ । ମାତ୍ର କ୍ଷୟକ୍ଷତିର କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ।

ଏହା ପୂର୍ବରୁ ଗତ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀ-ଏନସିଆର୍ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଫରିଦାବାଦ, ଗ୍ରେଟର ନୋଏଡା, ଗାଜିଆବାଦ, ନୋଏଡାରେ ମଧ୍ୟ ଅନୁଭୂତ ହେଲା ଭୂମିକମ୍ପ ଝଟକା। ଭୂମିକମ୍ପର କେନ୍ଦ୍ର ଫରିଦାବାଦ ଥିଲା। ଭୂମିକମ୍ପର ତୀବ୍ରତା ୩.୧ ଥିଲା।

Exit mobile version