Site icon ଆଜିକାଲି

ଭୂମିକମ୍ପରେ ଥରିଲା ନେପାଳ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଭାରତର ପଡୋଶୀ ଦେଶ ନେପାଳ । ନେପାଳର ନୁବାକୋଟ ଜିଲାରେ ଏହାର ପ୍ରଭାବ ବେଶି ପଡିଥିଲା । ତେବେ ଏହା ପ୍ରଭାବରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ନ୍ୟାଶନାଲ ଆର୍ଥକ୍ୱେକ୍ ମନିଟରିଂ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରର କହିବାନୁସାରେ, ଶନିବାର ସକାଳ ୫ଟା ୨୬ରେ ଭୂମିକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୩ ।

ସୂଚନା ଯେ, ଗତ ଜୁଲାଇ ମାସରେ ନେପାଳରେ ଲଗାତର ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩ । ଏହାର କେନ୍ଦ୍ରସ୍ଥଳୀ ମଧ୍ୟ କାଠମାଣ୍ଡୁରୁ ୧୯୧ କିମି ଦୂରରେ ଥିଲା । ଏହାବ୍ୟତୀତ ଅଗଷ୍ଟ ୫ ତାରିଖରେ ଆଫଗାନିସ୍ତାନ ମାଟି ଥରିଥିଲା । ଗୁରୁବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ୩୮ରେ ୪.୯ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

Exit mobile version