Site icon ଆଜିକାଲି

ପେଟ୍ରୋଲିଆରେ ଭୂମିକମ୍ପ ଝଟକା; ରିକ୍ଟର ସ୍କେଲରେ ତିବ୍ରତା ୫.୫ ରେକର୍ଡ

ଓ୍ବାଶିଂଟନ: ଆମେରିକାରେ ଭୂମିକମ୍ପ ଝଟକା । ପୁଣି ଥରେ ଥରି ଉଠିଲା କାଲିଫର୍ଣ୍ଣିଆ । ୟୁଏସ୍ ଜିଓଲୋଜିକାଲ ସର୍ଭେ ରିପୋର୍ଟ ମୁତାବକ କାଲିଫର୍ଣ୍ଣିଆର ପେଟ୍ରୋଲିଆ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି ।

ୟୁଏସଜିଏସ ରିପୋର୍ଟ ମୁତାବକ, ଭୂମିକମ୍ପ କାଲିଫର୍ଣ୍ଣିଆର ପେଟ୍ରୋଲିୟା ସହର ଠାରୁ ୧୦୮ କିଲୋମିଟର ଦୂରରେ ରହିଛି । ସୋମବାର ରାତି ପ୍ରାୟ ୧୨ଟା ୧୪ ମିନିଟରେ ଭୂମିକମ୍ପ ଝଟକା ଲାଗିଥିଲା । ପରେ ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକ । ତେବେ ଭୂମିକମ୍ପରେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।

ଏହା ପୂର୍ବରୁ ସୋଲୋମନ ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ମୁତାବକ, ହୋନିୟାରରେ ଆସିଥିବା ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଛି । ମେ’ ୨୧ ତାରିଖ ରାତି ୯.୧୫ ମିନିଟରେ ଏହି ଝଟକା ଲାଗିଥିଲେ । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଛି ।

Exit mobile version