Site icon ଆଜିକାଲି

ରାଜସ୍ଥାନରେ ଭୂକମ୍ପ ଝଟକା

ଜୟପୁର : ରାଜସ୍ଥାନରେ ଭୂକମ୍ପ । ରାଜସ୍ଥାନର ବିକାନେରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ବିଳମ୍ବିତ ରାତି ୨ଟା ସମୟରେ ଭୂକମ୍ପ ହୋଇଥିଲା ।

ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୧୦ କିମି ତଳେ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରସ୍ଥଳରେ ବିକାନେରଠୁ ୨୩୬ କିମି ଦୂର ଉତ୍ତର-ପଶ୍ଚିମରେ ଅବସ୍ଥିତ । ଏହାର ଅକ୍ଷାଂଶ୨୯.୩୮ ରହିଥିବା ବେଳେ ଦ୍ରାଘିମା ୭୧.୪୫ ରହିଛି । ଭୂକମ୍ପ ଯୋଗୁଁ କୌଣସି ମୃତାହତ ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Exit mobile version