Site icon ଆଜିକାଲି

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା, ଦିଲ୍ଲୀ-ଏନସିଆର ପ୍ରଭାବିତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ପ୍ରଭାବ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ଼ ହୋଇଛି। ଏହି ଭୂମିକମ୍ପ ଭୂପୃଷ୍ଠରୁ ୨୫୫ କିମି ଗଭୀରରେ ହୋଇଥିବା ରେକର୍ଡ଼ କରାଯାଇଛି। ଆଫଗାନିସ୍ତାନ ସମୟ ଅନୁଯାୟୀ, ପୂର୍ବାହ୍ନ ୧୧ଟା ୨୬ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ଦେଖାଯାଇଥିଲା।

କମ୍ପନ ଅନୁଭୂତ ହେବା ମାତ୍ରେ ସେଠାକାର ଲୋକେ ଘରୁ ବାହାରି ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ଯେତେବେଳେ ବି ଆଫଗାନିସ୍ତାନରେ ଭୂକମ୍ପ ହୁଏ, ଏହାର ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୁଏ। ଆଜି ମଧ୍ୟ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ଏହି ଝଟ୍‌କା ଅନୁଭୂତ ହୋଇଛି।

Exit mobile version