Site icon ଆଜିକାଲି

ଦିଲ୍ଲୀ-ଏନସିଆର ସହ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ବୁଧବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଏହାର କେନ୍ଦ୍ର ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଥିଲା । ତେବେ ଦିଲ୍ଲୀ-ଏନସିଆରରେ ମୃଦୁ ଝଟକା ଅନୁଭୂତ ହୋଇଥିଲା । କୌଣସି ସ୍ଥାନରେ ଧନଜୀବନ କ୍ଷତି ନେଇ ଖବର ନାହିଁ ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ପିଥୋରାଗଡରେ ମଧ୍ୟ ଅପରାହ୍ନ ପ୍ରାୟ ୧:୩୦ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ୪.୪ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡ ଠାରୁ ୧୪୩ କିଲୋମିଟର ଦୂର ଥିଲା ।

Exit mobile version