Site icon ଆଜିକାଲି

ଆଇପିଏସ ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଇସିଆଇଙ୍କ ନିର୍ଦ୍ଦେଶ, କୁଟ୍ଟେଙ୍କ ଉପରୁ ହଟିଲା ନିଲମ୍ବନ

ନୂଆଦିଲ୍ଲୀ – ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ସ୍ୱାସ୍ଥ୍ୟାବସ୍ଥା ନେଇ ଆଶିଷ ସିଂହ ଭୁଲ ତଥ୍ୟ ଦେଇଥିବା ପ୍ରମାଣିତ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆଇପିଏସ ଆଶିଷ ସିଂଙ୍କ ମେଡିକାଲ ଯାଂଚ ପାଇଁ ଗଠିତ ଏମ୍ସ ମେଡିକାଲ ବୋର୍ଡର ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।

ଏମସ ମେଡିକାଲ ବୋର୍ଡର ରିପୋର୍ଟ ଅନୁସାରେ ଆଶିଷ ସିଂ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଅଛନ୍ତି । ସେପଟେ ବରିଷ୍ଠ ଆଇପିଏସ ଡିଏସ କୁଟ୍ଟେଙ୍କ ନିଲମ୍ବନକୁ ହଟାଯାଇଛି । ନିଲମ୍ବନ ହଟିବା ପରେ ଆଗାମୀ ପୋଷ୍ଟିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ନୂଆ ପୋଷ୍ଟିଂ ପାଇଁ ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version