Site icon ଆଜିକାଲି

‘ପୋନିୟିନ୍ ସେଲଭନ୍’ ଫିଲ୍ମର ନିର୍ମାତାଙ୍କ ବିରୋଧରେ ଇଡି ଆକ୍ସନ, ୮ଟି ସ୍ଥାନରେ ଚଢ଼ାଉ

The production house is now headed by GKM Tamil Kumaran. Movie poster | Instagram

ଚେନ୍ନାଇ: ହିଟ୍ ଚଳଚ୍ଚିତ୍ର ‘ପୋନିୟିନ୍ ସେଲଭନ୍-୧’ ଓ ‘ପୋନିୟିନ୍ ସେଲଭନ୍-୨’ର ନିର୍ମାତା ଲାଇକା ପ୍ରଡକ୍ସନ୍ସର ଚେନ୍ନାଇ ସ୍ଥିତ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମ ପ୍ରଯୋଜନା ସଂସ୍ଥା ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ନେଇ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଇଡି ତରଫରୁ କମ୍ପାନୀର ୮ଟି ସ୍ଥାନରେ ତଲାସି ଚାଲିଛି ।

‘ଲାଇକା ପ୍ରଡକ୍ସନ୍ସ’ ଦକ୍ଷିଣ ଭାରତର ଏକ ବଡ଼ ‌‌‌‌‌‌‌‌‌‌ଫିଲ୍ମ ପ୍ରଯୋଜନା ସଂସ୍ଥା । ଏହି ପ୍ରଯୋଜନା ସଂସ୍ଥା କୈଦୀ, ଏନାକ୍କୁ ଇନୋରୁ ପାର ଇରୁକ୍କୁ, କଏଦୀ ନମ୍ବର ୧୫୦, ୟମନ, ଦିୟା, କୋଲାମାଭୁ କୋକିଲା, ଚେକା ଚେଭନ୍ତା ଭାନମ, ଓ୍ବାଡା ଚେନ୍ନାଇ ଭଳି ତାମିଲ ଚଳଚ୍ଚିତ୍ରର ନିର୍ମାତା । ଏହାଛଡ଼ା ଲାଇକା ପ୍ରଡକ୍ସନ୍ସ ଭାରତର ଅନ୍ୟତମ ମହଙ୍ଗା ଚଳଚ୍ଚିତ୍ର ‘୨.୦’ ମଧ୍ୟ ନିର୍ମାଣ କରିଛି | ଏହି ଚଳଚ୍ଚିତ୍ର ବିଶ୍ୱରେ ନବମ ସର୍ବାଧିକ ଆୟକାରୀ ଭାରତୀୟ ଫିଲ୍ମ। ‌

ସମ୍ପ୍ରତି ଲାଇକା ପ୍ରଡକ୍ସନ୍ସ ପାଇପ୍ ଲାଇନରେ କମଲ ହସନ ଅଭିନୀତ ‘ଇଣ୍ଡିଆନ-୨’ ଓ ରଜନୀକାନ୍ତ ଷ୍ଟାରର ‘ଲାଲ ସଲାମ’ ଭଳି ହାଇ ପ୍ରୋଫାଇଲ୍ ଫିଲ୍ମ ରହିଛି | ଲାଇକା ପ୍ରଡକ୍ସନ୍ସର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘ରାମ ସେତୁ’ ।

Exit mobile version