Site icon ଆଜିକାଲି

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ତୃଣମୂଳ କଂଗ୍ରେସ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି। ଗତକାଲି ଏହି ମାମଲାରେ ଭଟ୍ଟାଚାର୍ଯ୍ୟଙ୍କୁ ଇଡି ମାରାଥନ ଜେରା କରିଥିଲା । ଆଜି ସକାଳେ ତାଙ୍କୁ ଗିରଫ କରାଯାଇଛି ।

ମାଣିକ ଭଟ୍ଟାଚାର୍ଯ୍ୟ ନାଦିଆ ଜିଲ୍ଲା ପଲାସିପାରାର ବିଧାୟକ ଏବଂ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ପୂର୍ବରୁ ଜୁଲାଇରେ ମମତା ବାନାର୍ଜୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା । ଅର୍ପିତାଙ୍କ ଦୁଇଟି ଫ୍ଲାଟରୁ ୫୦ କୋଟିରୁ ଉର୍ଦ୍ଧ୍ବ ନଗଦ ଓ ବହୁ ସୁନା ଅଳଙ୍କାର ଜବତ ହୋଇଥିଲା ।

Exit mobile version