Site icon ଆଜିକାଲି

ଶିକ୍ଷକ ନିଯୁକ୍ତି ଦୁର୍ନୀତି : ତୃଣମୂଳ କଂଗ୍ରେସର ଯୁବନେତା କୁନ୍ତଲ ଘୋଷ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଶାସକ ତୃଣମୂଳ କଂଗ୍ରେସର ଆଉ ଜଣେ ନେତା ଗିରଫ ହୋଇଛନ୍ତି । ପ୍ରାୟ ୨୪ ଘଣ୍ଟାର ତଲାସି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହୁଗଲିରୁ ତୃଣମୂଳ କଂଗ୍ରେସ ଯୁବ ନେତା କୁନ୍ତଲ ଘୋଷଙ୍କୁ ଗିରଫ କରିଛି ।

ଶିକ୍ଷକ ନିଯୁକ୍ତି ମାମଲାର ତଦନ୍ତ ପାଇଁ ଇଡିର ଦୁଇଟି ଟିମ୍ ଶୁକ୍ରବାର ସକାଳ ପ୍ରାୟ ୭.୩୦ରେ କୁନ୍ତଲ ଘୋଷଙ ଚିନ୍ ପାର୍କ ଅଞ୍ଚଳରେ ଥିବା ଦୁଇଟି ଫ୍ଲାଟରେ ଚଢ଼ାଉ କରିଥିଲେ। ମାରାଥନ ଜେରା ଓ ତଲାସି ପରେ ତାଙ୍କୁ ଶନିବାର ସକାଳେ ଗିରଫ କରାଯାଇଛି । କୁନ୍ତଲଙ୍କ ଘରୁ ଅନେକ କାଗଜପତ୍ର ଜବତ କରିଛି ଇଡି । ଏହା ପୂର୍ବରୁ କୁନ୍ତଲ ଘୋଷ ବୁଧବାର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ ।

ପୂର୍ବରୁ ଏହି ମାମଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଓ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ ହୋଇଥିଲେ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କୁନ୍ତଲ ଘୋଷଙ୍କ ନାମ ମଧ୍ୟ ରହିଥିବା ଇଡି ସୂତ୍ରରୁ ପ୍ରକାଶ । ଜେଲ ହେପାଜତରେ ଥିବା ମାଣିକ ଭଟ୍ଟାଚାର୍ଯ୍ୟଙ୍କ ଘନିଷ୍ଠ ସହଯୋଗୀ ତାପସ ମଣ୍ଡଳ ଜେରା ବେଳେ କୁନ୍ତଲ ଘୋଷଙ୍କ ନାମ ନେଇଥିଲେ ।

Exit mobile version